Now watch odisha’s all latest news in live in odia language including cultural, political news, current affairs and entertainment news etc. To get more featured videos visit our website: https://odisha.live/.
Don't wanna be here? Send us removal request.
Text
ନିର୍ବାଚନ ପୂର୍ବରୁ ଲୋକଙ୍କ ମନ ଜିଣିବାକୁ କେନ୍ଦ୍ର – ରାଜ୍ୟ ମଧ୍ୟରେ କଡ଼ା ଟକ୍କର
ପବିତ୍ର ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ହେଲ୍ପଡେସ୍କ ଏବଂ ଲାଗୋ ଉନ୍ମୋଚିତ କରିଥିଲେ। ଏହି ଯୋଜନାରେ ରାଜ୍ୟର ପ୍ରାୟ ୭୦ ଲକ୍ଷ ପରିବାରର ୩.୫ କୋଟି ଲୋକ ଉପକୃତ ହେବେ। ପ୍ରତି ପରିବାରକୁ ବାର୍ଷିକ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସୁରକ୍ଷା ଯୋଗାଇ ଦିଆଯିବ। ହିତାଧିକାରୀ ପରିବାରର ମହିଳାଙ୍କୁ ବାର୍ଷିକ ୭ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସୁରକ୍ଷା ଯୋଗାଇ ଦିଆଯିବ। ଫଳରେ ରାଜ୍ୟର ୧.୫ କୋଟି ମହିଳା ଏହି ଯୋଜନାରେ ଉପକୃତ ହୋଇପାରିବେ। ରାଷ୍ଟ୍ରୀୟ ବୀମା ଯୋଜନା (ଆରଏସ୍ବିୱାଇ) ଏବଂ ବିଜୁ କୃଷକ କଲ୍ୟାଣ ଯୋଜନା (ବିକେକେୱାଇ)ରେ ପଞ୍ଜିକୃତ ସମସ୍ତ ହିତାଧିକାରୀ ବିଏସ୍କେୱାଇର ସାମିଲ ହୋଇଛନ୍ତି।
0 notes
Text
ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର
ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଦେଶର ଲୋକପ୍ରିୟ ନେତା ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର। ଗତ ୪୮ ଘଣ୍ଟା ଧରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଚିନ୍ତାଜନକ ରହିଥିବା ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଏମ୍ସ ପକ୍ଷରୁ ଜାରି ହୋଇଥିବା ହେଲଥ ବୁଲେଟିନରେ କୁହାଯାଇଛି ଯେ, ବାଜପାୟୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି ଏବଂ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ୯୩ ବର୍ଷିୟ ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ବିଜେପିର ବରିଷ୍ଠ ନେତା ବାଜପେୟୀଙ୍କ କିଡନୀରେ ସଂକ୍ରମଣ, ଛାତି ଯନ୍ତ୍ରଣା, ପରିଶ୍ରାର ପରିମାଣ ମାତ୍ରଧିକ ଭାବରେ କମିଯିବାରୁ ଗତ ଜୁନ୍ ୧୧ରେ ବାଜପେୟୀଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେବେଠାରୁ ବାଜପେୟୀଙ୍କୁ ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା କରାଯାଉଥିଲା।ବୁଧବାର ସନ୍ଧ୍ୟା ସମୟରେ ଏମସ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚିବା ସହ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟବସ୍ଥା କଥା ପଚାରି ବୁଝିଥିଲେ।
0 notes
Text
ଉଜୁଡ଼ିଗଲା ସଂସାର: ଚାଲିଗଲେ ମା’ ଓ ଭାଇ, ବିଷ ପିଇଦେଲେ ବାପା – କାନ୍ଦି କାନ୍ଦି ନୟାନ୍ତ ଦୁଇ ଝିଅ
ଏମିତି ବି ଦୁଃଖ ଆସେ। ହସଖୁସିର ସଂସାରକୁ ଉଜାଡ଼ି ଦିଏ। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ସାନରାହାମା ଗାଁରେ ଏମିତିକ ଏକ ହୃଦୟବିଦାରକ ଘଟଣା ଘଟିଛି ଯିଏ ଶୁଣୁଛି ସିଏ ସ୍ତବ୍ଧ ହୋଇଯାଉଛି। ମା’ ଏବଂ ପୁଅ ଆଗ ପଛହୋଇ ଆରପାରିକୁ ଚାଲିଯିବା ପରେ ବାପା ମାନସିକ ଦୁଶ୍ଚିନ୍ତାରେ ବିଷ ପିଇ ଗୁରୁତର ଅବସ୍ଥାରେ। ଏବେ ଭାଗ୍ୟକୁ ଆଦରି ପଡ଼ିଛନ୍ତି ଦୁଇ ନାବାଳିକା ଝିଅ।
0 notes
Text
ଚୀନରେ ହେବ ‘ମେକ୍ ଇନ୍ ଓଡ଼ିଶା’ ରୋଡ ସୋ’, ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଚୀନର ପ୍ରତିନିଧି ଦଳ
ଦେଶ ବିଦେଶର ପୁଞ୍ଜି ନିବେଶକରୀଙ୍କୁ ଓଡ଼ିଶା ପ୍ରତି ଆକୃଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରୟାସ ଜାରି ରଖିଛନ୍ତି। ମୁମ୍ବାଇରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ପାଇଁ ରୋଡ୍ ସୋ’ କରିବା ପରେ ଚୀନରେ ଆଉ ଏକ ରୋଡ ସୋ’ ଆୟୋଜନ କରାଯିବ ବୋଲି ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ କହିଛନ୍ତି। ଚୀନ ଫୁଜିଅନର ୬ ଜଣିଆ ପ୍ରତିନିଧି ଦଳ ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଶିଳ୍ପମନ୍ତ୍ରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ପ୍ରତିନିଧି ଦଳ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ସେମାନଙ୍କୁ ନଭେମ୍ବରରେ ହେବାକୁ ଥିବା ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ’ ରେ ସାମିଲ୍ ହେବାକୁ ଅନୁରୋଧ କରିଛନ୍ତି। ଅଗଷ୍ଟ ୩୧ରେ ଶିଳ୍ପମନ୍ତ୍ରୀ ଅନନ୍ତ ଦାସଙ୍କ ନେତୃତ୍ୱରେ ଏକ ଟିମ୍ ଚୀନ ଗସ୍ତରେ ଯିବେ। ଏହି ଟିମରେ ୭ ଜଣ ପ୍ରତିନିଧି ରହିବେ। ଚୀନରେ ପୁଞ୍ଜି ନିବେଶକାରୀଙ୍କ ସହ ଏମାନେ ଆଲୋଚନା କରିବେ। ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ରୋଡ୍ ସୋ’ କରାଯିବ।
#watch odisha latest video#odisha live news video#odisha entertainment live news#odisha breaking news live
0 notes
Text
ଦାମ-ବିଷ୍ଣୁ-ରାଜଶ୍ରୀଙ୍କୁ ନେଇ ବିଜେଡି ରାଜନୀତି ଉଷ୍ମ
ଜଗତସିଂହପୁର ଜିଲ୍ଲାରେ ଜମୁଛି ବିଜେଡି କନ୍ଦଳ। ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ଜିଲ୍ଲାର ତିନି ହେବିୱେଟ୍ ନେତା। ଗୋଟିଏ ପଟେ ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ ଏବଂ ଅନ୍ୟପଟେ ତିର୍ତ୍ତୋଲ ବିଧାୟିକା ରାଜଶ୍ରୀ ମଲ୍ଲିକ ଏବଂ ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ ରହିଛନ୍ତି। ଏହି ତିନି ନେତାଙ୍କ ଆରୋପ ପ୍ରତ୍ୟାରୋପରେ ଜଗତସିଂହପୁର ରାଜନୀତିରେ ଉଷ୍ମତା ଭରି ଯାଇଛି। ଅନ୍ୟ ଦଳର ନେତାଙ୍କୁ ବିଜେଡିରେ ସାମିଲ୍ କରି ରାଜଶ୍ରୀ ମଲ୍ଲିକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ କରିଛନ୍ତି। ଏହାକୁ ନେଇ ବିଷ୍ଣୁ ଏବଂ ରାଜଶ୍ରୀଙ୍କ ଭିତରେ କଥା କଟାକଟି ହୋଇଥିଲା। ବିଷ୍ଣୁ-ରାଜଶ୍ରୀଙ୍କ କଥା କଟାକଟି ଭିତରେ ଦାମ ମାରିଛନ୍ତି ବାଣ।
0 notes
Text
ଶ୍ର���ମନ୍ଦିର ସଂସ୍କାର ଚିନ୍ତା! ଜନଶୁଣାଣି ବେଳେ ସେବାୟତ କଲେ ବିରୋଧ
ପୁରୀ ଶ୍ରୀମନ୍ଦିରରେ କେମିତି ଆସିବ ସଂସ୍କାର? ସୁପ୍ରିମକୋର୍ଟଙ୍କ ପରାମର୍ଶ କେମିତି ହେବ କାର୍ଯ୍ୟକାରୀ? ଏନେଇ ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ହୋଇଥିଲା ଜନଶୁଣାଣି। ହେଲେ ଏହି ଜନଶୁଣାଣି ବନ୍ଦ ଘରେ ହୋଇଥିବାରୁ ଏହାକୁ ବିରୋଧ କରିଥିଲେ ସେବାୟତ। ଫଳରେ ଜନଶୁଣାଣି ସଫଳ ହୋଇପାରିଲାନି। ମହାପ୍ରଭୁ ଜଗନ୍ନାଥଙ୍କ ନୀତିକାନ୍ତି ଶୃଙ୍ଖଳିତ କରିବା ପାଇଁ ପ୍ରଥମ ଥର ପାଇଁ ହୋଇଥିଲା ଜନଶୁଣାଣି। ସେବାୟତ, ସାଧାରଣ ଲୋକ, ପ୍ରଶାସନିକ ଅଧିକାରୀଙ୍କ ମତାମତ ନେବା ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚିଥିଲେ ବିଶେଷଜ୍ଞ କମିଟି। ଏହି କମିଟିରେ ଥିଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ପୋଲିସ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶି, ପୂର୍ବତନ ଶ୍ରୀମନ୍ଦିର ପ୍ରଶାସକ ମହିମୋହନ ତ୍ରିପାଠୀ।
0 notes
Text
ଏବେ ଓଲିଉଡରେ ସମ୍ବିତ୍ ଓ ଜ୍ୟୋତିଙ୍କ ଭିତରେ କଡା ଟକ୍କର
କିଛିବର୍ଷ ତଳେ ଓଲିଉଡର ଦୁଇ ସୁପରଷ୍ଟାର ଅନୁଭବ ଓ ଅରିନ୍ଦମଙ୍କ ଭିତରେ ଦେଖିବାକୁ ମିଳୁଥିଲା ଜବରଦସ୍ତ ଟକ୍କର। ଜଣେ ନିର୍ଦ୍ଦେଶକ ଅନୁଭବକୁ ନେଇ ଫିଲ୍ମ ନିର୍ମାଣ କରିବାକୁ ଅଣ୍ଟା ଭିଡ଼ୁଥିବା ବେଳେ ଆଉ ଜଣେ ଅରିନ୍ଦମଙ୍କୁ ନେଇ ସିନେମା ତିଆରି କରୁଥିଲେ। ଉଭୟଙ୍କ ଫିଲ୍ମ ବି ରଜ ଓ ପୂଜା ଭଳି ଅବସରରେ ସାମ୍ନାସାମ୍ନି ହେଉଥିଲେ। ଏବେ ସେହିଭଳି ଟକ୍କର ଚାଲିଛି ଓଲିଉଡର ଦୁଇଜଣ ଲୋକପ୍ରିୟ ନାୟକଙ୍କ ଭିତରେ। ଅନୁଭବ ଓ ଅରିନ୍ଦମ୍ ଯେଉଁ ସ୍ତରକୁ ଯାଇଥିଲେ, ସେଭଳି ସ୍ଥାନକୁ ଏ ଦୁଇ ହିରୋ ଏଯାଏଁ ପହଞ୍ଚିନାହାନ୍ତି, ତଥାପି ଏ ଦୁହିଁଙ୍କ ହାତରେ ସବୁଠାରୁ ବେଶି ସିନେମା ରହିଛି। ଆଉ ସେଇଥିପାଇଁ କୁହାଯାଉଛି ଯେ ଏ ଦୁହିଁଙ୍କ ଭିତରେ ଟକ୍କର ହେଉଛି। ଏଠାରେ ଯେଉଁ ଦୁଇ ନାୟକଙ୍କ କଥା କୁହାଯାଉଛି, ସେ ଦୁହେଁ ହେଲେ ସମ୍ବିତ୍ ଓ ଜ୍ୟୋତି। କ୍ୟାରିଅର ଦୃଷ୍ଟିରୁ ସମ୍ବିତ୍ ଜ୍ୟୋତିଙ୍କଠାରୁ ସିନିଅର୍।
0 notes
Text
ବିଶ୍ୱର ଏକମାତ୍ର ଦମ୍ପତି ଭାବେ ଦୁଇଥର ଗିନିଜ୍ ବୁକ୍ ଅଫ୍ ଓ୍ଵାର୍ଲଡ ରେକର୍ଡରେ ସ୍ଥାନ ପାଇଲେ ଓଡ଼ିଆ ଦମ୍ପତ୍ତି
ଅଦମ୍ୟ ଇଚ୍ଛାଶକ୍ତି ପାଖରେ ହାର ମାନିଛି ବୟସ। ବିଭିନ୍ନ ସମୟରେ ଦୀର୍ଘତମ ଯାତ୍ରା କରି ଏହି ଦମ୍ପତି ଲଗାତର କରି ଚାଲିଛନ୍ତି ଗୋଟିଏ ପରେ ଗୋଟିଏ ବିଶ୍ୱ ରେକର୍ଡ। ପୂର୍ବରୁ ଗିନିଜ୍ ବୁକ୍ ଅଫ୍ ଓ୍ଵାର୍ଲଡ ରେକର୍ଡର ଅଧିକାରୀ ହୋଇଥିବା ଏହି ଦମ୍ପତ୍ତି ପୁଣି ଥରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ଏହି ଦମ୍ପତ୍ତି ହେଲେ ପୁରୀ ମୋଚି ସାହି ଛକ ଅଞ୍ଚଳରେ ରହୁଥିବା କେନ୍ଦ୍ର ପରିବହନ ବିଭାଗର ଅବସରପ୍ରାପ୍ତ ଅଧିକାରୀ ଦୁର୍ଗାଚରଣ ମିଶ୍ର ଓ ତାଙ୍କ ପତ୍ନୀ ଜ୍ୟୋତ୍ସ୍ନା ମିଶ୍ର। ୪୨ ଦିନରେ ଲଗାତାର ଭାବେ ୨୯,୧୧୯ କିମି ଯାତ୍ରା କରି ଏହି ବିଶ୍ୱ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଏହି ଯାତ୍ରା ପାଇଁ ଗତ ୫ ଦିନ ତଳେ ଗିନିଜ୍ ବୁକ୍ ଅଫ୍ ଓ୍ଵାଲର୍ଡ ରେକର୍ଡ ମିଶ୍ର ଦମ୍ପତିଙ୍କୁ ଦେଇଛି ପ୍ରମାଣପତ୍ର। ଏଥର ମିଶ୍ର ଦମ୍ପତି ରୋମାନିଆ ଦମ୍ପତ୍ତିଙ୍କ ୯୨୬୧ କିମିର ରେକର୍ଡକୁ ଭାଙ୍ଗି ଦେଇଛନ୍ତି।
0 notes
Text
ପୋଲିସ ଚାକିରି ପାଇଁ ଦେଉଥିଲେ ଇଣ୍ଟରଭ୍ୟୁ, ଚାଲିଗଲା ଜୀବନ
‘ପୋଲିସ ଚାକିରି କରିବି। ନିଜ ଗୋଡ଼ରେ ନିଜେ ଛିଡ଼ା ହେବି’ – ଏମିତି କିଛି ସ୍ୱପ୍ନ ଦେଖିଥିଲେ କଟକ ଜିଲ୍ଲା ବଡ଼ମ୍ବା-ନରସିଂହପୁର ଅଞ୍ଚଳର ରମେଶ ପ୍ରଧାନ। ଓଡିଶା ପୋଲିସ ବାହିନୀରେ ସାମିଲ୍ ହେବା ପାଇଁ ମନରେ ଦୃଢ଼ ବିଶ୍ୱାସ ରଖି କଟକ ଆସିଥିଲେ ଇଣ୍ଟରଭ୍ୟୁ ଦେବା ପାଇଁ। କିନ୍ତୁ ରମେଶଙ୍କ ସ୍ୱପ୍ନ କେବଳ ସ୍ୱପ୍ନରେ ହିଁ ରହିଗଲା। ଆଜି ଶାରୀରିକ ପରୀକ୍ଷା ଦେଉଥିବା ବେଳେ ରମେଶ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି। କଟକ ଓଏ୍ଏପି ବାଟାଲିୟନରେ ପୋଲିସ କନଷ୍ଟେବଳ ଚାକିରୀ ପାଇଁ ଆଜି ଚାଲିଥିଲା ଇଣ୍ଟରଭ୍ୟୁ। ଆଜି ଥିଲା ଦୌଡ଼ ପ୍ରତିଯୋଗିତା। ୧୬୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ସାମିଲ୍ ହୋଇଥିଲେ ରମେଶଙ୍କ ସମେତ ଅନ୍ୟ ଆଶାୟୀ। ହେଲେ ଦୌଡ଼ିବା ବେଳେ ରମେଶ ହଠାତ୍ ତଳେ ପଡ଼ି ଯାଇଥିଲେ। ତାଙ୍କୁ କଟକ ଏସ୍ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
0 notes
Text
ପାଖେଇ ଆସିଲା ଭୋଟ୍ – ଆଦିବାସୀ କାର୍ଡ ଖେଳିଲା ବିଜେଡି, ରାଜରାସ୍ତାକୁ ଓହ୍ଲାଇଲା ବିଜେପି
ନିର୍ବାଚନ ସମୟ ଆସିଲେ ବିଭିନ୍ନ ରାଜନୀତିକ ଦଳର ଆଦିବାସୀ ଭୋଟ କଥା ମନେପଡ଼େ। ଏହା ଆଜି ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ। ଆଦିବାସୀ ଭୋଟରଙ୍କ ନିକଟତର ହେବା ପାଇଁ ବିଶ୍ୱ ଆଦିବାସୀ ଦିବସ ଅବସରରେ ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି ଆଜି ଆଦିବାସୀ କାର୍ଡ ଖେଳିଛନ୍ତି। ଭୁବନେଶ୍ୱର ଆଦିବାସୀ ପଡ଼ିଆରେ ବିଜେଡି ଜନଜାତି ପ୍ରତିନିଧିଙ୍କ ସମାବେଶ କରିଥିବା ବେଳେ ବିଜେପି ଶୋଭାଯାତ୍ରା କରି ଶକ୍ତି ପ୍ରଦର୍ଶନ କରିଛି। କଂଗ୍ରେସ କୌଣସି ସମାବେଶ କି ଶୋଭାଯାତ୍ରା କରି ନଥିଲେ ମଧ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଦିବାସୀ ମାରଣ ନୀତି ପାଇଁ ଉଭୟ ଦଳକୁ ସମାଲୋଚନା କରିଛନ୍ତି।
#odisha entertainment live news#odisha breaking news live#odisha live news video#watch odisha latest video
0 notes
Text
ଆଦିବାସୀଙ୍କ ବିକାଶ ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ: ନବୀନ
“ଆଦିବାସୀ ସମ୍ପ୍ରଦାୟର ବିକାଶ ପାଇଁ ରାଜ୍ୟ ସରକାର ଅନେକ ଲୋକପ୍ରିୟ ଯୋଜନା ପ୍ରଣୟନ କରିଛନ୍ତି। ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବାକୁ ସରକାର ଉଦ୍ୟମ ଜାରୀ ରଖିଛନ୍ତି। ଆମ ଦଳ ମଧ୍ୟ ଆଦିବାସୀ ସମ୍ପ୍ରଦାୟକୁ ଗୁରୁତ୍ୱ ଦେଇ ଆସୁଛନ୍ତି। ଆଗାମୀ ଦିନରେ ଏହା ଜାରି ରହିବ। ଆଦିବାସୀ ସମ୍ପ୍ରଦାୟର ପ୍ରତିନିଧିମାନେ ଭୁବନେଶ୍ୱରରେ ଏକାଠି ହୋଇଥିବାରୁ ମୁଁ ବହୁତ ଖୁସି”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱରସ୍ଥିତ ଆଦିବାସୀ ପଡ଼ିଆରେ ଆଜି ବିଜେଡି ପକ୍ଷରୁ ଆୟୋଜିତ ହୋଇଥିଲା ବିଶ୍ୱ ଆଦିବାସୀ ଦିବସ। ଏହି ଅବସରରେ ୯ଟି ଆଦିବାସୀ ଅଧ୍ୟଷିତ ଜିଲ୍ଲାରୁ ପ୍ରତିନିଧିମାନେ ଯୋଗ ଦେଇଥିଲେ। ଏହାକୁ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
0 notes
Video
youtube
In a major boost to drive OMFED sales in the state capital, CM Naveen Patnaik today (2nd Aug) inaugurated OMFED Dairy express service in Bhubaneswar. The service will majorly focus on increasing the sales of milk by-products manufactured by OMFED in state capital.
News Website: https://www.odisha.live
Facebook: https://www.facebook.com/odishalive
YouTube: https://www.youtube.com/odishalive
Twitter: https://www.twitter.com/odishalive
Instagram: https://www.instagram.com/odishalive
0 notes
Link
ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ କ୍ୟାରିୟରର ୨୨ତମ ଶତକ ବଳରେ ଭାରତୀୟ ଟିମ୍ ୨୭୪ ରନ୍ ସଂଗ୍ରହ କରିଛି। ଇଂଲଣ୍ଡ ବିରୋଧରେ ଏଜବେଷ୍ଟନ୍ ଷ୍ଟାଡିୟମରେ ଗୁରୁବାର ୨ୟ ଦିନରେ ଭାରତ ୧୩ ରନ୍ ପଛରେ ରହିଛି।
0 notes
Text
ଟଙ୍କା ନୁହେଁ, ସମ୍ମାନ ପାଇଁ ବାୟୋପିକରେ କାମ କରିଛି: ସନ୍ନି ଲିଓନି
ୱେବ ସିରିଜ ’କରନଜିତ୍ କୌର – ଦ ଅନଟୋଲଡ ଷ୍ଟୋରି ଅଫ୍ ସନ୍ନି ଲିଓନ’କୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି ବଲିଉଡର ହଟ୍ ନାୟିକା ସନ୍ନି ଲିଓନି। ନିକଟରେ ଏହି ବାୟୋପିକକୁ ନେଇ ସନ୍ନିଙ୍କୁ କିଛି ପ୍ରଶ୍ନ କରାଯାଇଥିଲା। ନିଜର ଇମେଜ୍ରେ ପରିବର୍ତ୍ତନ ଆଣିବାକୁ ସେ ଏହି ବାୟୋପିକରେ କାମ କରୁଥିବା ନେଇ ପ୍ରଶ୍ନ କରାଯିବାରୁ ଉତ୍ତରରେ ସନ୍ନି କହିଥିଲେ, “ଟଙ୍କା ନୁହେଁ, ସମ୍ମାନ ପାଇଁ ବାୟୋପିକରେ କାମ କରିଛି”।
0 notes
Text
୨୦୧୯ ମହାସମର – ମମତାଙ୍କ ଉପରେ ସମସ୍ତଙ୍କ ନଜର
ଆସାମରେ ନ୍ୟାସନାଲ ରେଜିଷ୍ଟ୍ରି ବା ଅଣଭୋଟରଙ୍କୁ ନେଇ ଯେଉଁ ବିବାଦ ସୃଷ୍ଟି ହୋଇଛି ତାହା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଫାୟାରବ୍ରାଣ୍ଡ ନେତ୍ରୀ ମମତା ବାନର୍ଜୀଙ୍କୁ ପୁଣି ଥରେ ଫୋକସକୁ ଆଣିଛି। ଏହି ପ୍ରସଙ୍ଗରେ ସେ ଯେମ���ତି ଉଗ୍ର ରୂପ ଧାରଣ କରିଛନ୍ତି ସେଥିରୁ ସୂଚନା ମିଳୁଛି ଯେ ଶାସକ ବିଜେପି ବିରୋଧରେ ମମତା ଏହାକୁ ଅସ୍ତ୍ର ରୂପେ ବ୍ୟବହାର କରିବା ନିଶ୍ଚିତ। ଖାଲି ଆସାମ ପ୍ରସଙ୍ଗ ନୁହେଁ ବିମୁଦ୍ରାକରଣଠାରୁ ଗୋ-ଗୁଇନ୍ଦାଗିରି ଯାଏଁ ଆଗାମୀ ଦିନରେ ��େ ମୋଦି ସରକାର ବିରୋଧରେ ଲଢ଼େଇ ଜୋରଦାର କରିବେ। ୨୦୧୯ ନିର୍ବାଚନ ଯେତେ ପାଖେଇବ ତାଙ୍କ ସ୍ୱର ସେତେ ତୀବ୍ର ହେବ ଏହା ସ୍ପଷ୍ଟ ଦେଖାଯାଉଛି।
0 notes
Text
ସ୍ମାର୍ଟସିଟି ଭୁବନେଶ୍ୱରରେ ନିଆରା ‘ତନ୍ଦୁରି ଚା’ – ପିଅନ୍ତୁ, ମଜା ନିଅନ୍ତୁ
ତନ୍ଦୁରି ରୁଟି, ତନ୍ଦୁରି ଚିକେନର ମଜା ସମସ୍ତେ ନେଇଥିବେ। ହେଲେ ‘ତନ୍ଦୁରି ଚା’ର ମଜା ଅଧିକାଂଶ ଲୋକେ ପାଇ ନଥିବେ। ଯଦି ତନ୍ଦୁରି ଚା’ର ମଜା ନେବାକୁ ଚାହୁଁଛନ୍ତି ତାହାଲେ ଆସନ୍ତୁ ଭୁବନେଶ୍ଵରର ବମିଖାଲ କେନାଲ ରୋଡ ନିକଟସ୍ଥ ସାଇବିହାର ଛକକୁ। ଏହି ଛକରେ ହିଁ ନିକଟରେ ଖୋଲିଛି ‘ତନ୍ଦୁରି ଚା’ ଆଉଟଲେଟ୍। ବର୍ଷା ଦିନେ ଏହି ତନ୍ଦୁରି ଚା’ର ମଜା ନେବା ପାଇଁ ସକାଳେ ଏବଂ ସନ୍ଧ୍ୟାରେ ଲାଗୁଛି ଗ୍ରାହକଙ୍କ ଭିଡ଼। ଏହି ଚା’ ଯିଏ ପିଉଛି ସେ କହୁଛି ବାଃ!
0 notes