Tumgik
newso-in · 1 month
Link
ରମ୍ଭା :ତା -24/08/2024 ( ବନବାସୀ ସେଠୀ ) ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଇରାଶୀ ପଞ୍ଚାୟତର ନିପଟ ମଫସଲ ବଡ଼ ଚକଡା ଗ୍ରାମର ସୁଶ୍ରୀ ବିଜୟଲକ୍ଷ୍ମୀ ମହାଙ୍କୁଡ଼ ଆସନ୍ତା 27 ତାରିଖରେ ଆଶା ଇକବାଲ ମହିଳା ସମ୍ବାଦିକ ସମ୍ମାନ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି l ଛତିଶଗଡ ରାଜ୍ୟର ଭିଲାଇ-ରାୟପୁରରେ “ଆଶା ଇକବାଲ ମହିଳା ସାମ୍ବାଦିକ ପୁରସ୍କାର” ର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି ସମ୍ମାନଜନକ ସମ୍ମାନ ପ୍ରଦାନ ପ୍ରକ୍ରିୟା 2013 ଠାରୁ ଜାରି ରହିଛି ଏବଂ ଏପର୍ଯ୍ୟନ୍ତ 25 ଜଣ ମହିଳା ସାମ୍ବାଦିକଙ୍କୁ ସମ୍ମାନିତ କରାଯାଇଛି। ଏହି ସମ୍ମାନ ସହିତ, 2024 ର ଦ୍ୱାଦଶ ବର୍ଷରେ ଦେଶର 5 ଟି ରାଜ୍ୟ (ଛତିଶଗଡ, ଆସାମ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ଓଡିଶା) ରୁ 9 ଜଣ ମନୋନୀତ ମହିଳା ସାମ୍ବାଦିକଙ୍କୁ ସମ୍ମାନିତ କରାଯିବ। ଆଶା ଇକବାଲ ମହିଳା ସାମ୍ବାଦିକ ପୁରସ୍କାର -2024 ବିଜୟଲକ୍ଷ୍ମୀ ଙ୍କ ସହ ରାଜଶ୍ରୀ ରାଓ ଯାଦବ (ନାଗପୁର-ମହାରାଷ୍ଟ୍ର), ସେମିମ ସୁଲତାନା ଅହମ୍ମଦ (ଗୁଆହାଟି-ଆସାମ), କିରଣ ଦୀନେଶ ଜେନା (ସେଓନି-ସାଂସଦ), ମଞ୍ଜୁଲା ପଟ୍ଟନାୟକ (କୋରାପୁଟ-ଓଡିଶା), ମଲିନୀ ସୁବ୍ରମଣ୍ୟମ୍ (ଜଗଦଲପୁର-ଛତିଶଗଡ), ମମତା ଲାନଜେୱର (ରାୟପୁର-ଛତିଶଗଡ), ସିମରନ୍ ପାଙ୍ଗ୍ରେ (ରାୟଗଡ- ଛତିଶଗଡ), ଡକ୍ଟର ରତ୍ନା ପାଣ୍ଡେ (ରାୟପୁର-ଛତିଶଗଡ) ସମ୍ମାନିତ ହେବେ ଏହି 9 ଜଣ ମହିଳା ସାମ୍ବାଦିକ ବହୁ ବର୍ଷ ଧରି ଖ୍ୟାତିସମ୍ପନ୍ନ ଖବରକାଗଜ, ଇଲେକ୍ଟ୍ରୋନିକ୍ ଏବଂ ପୋର୍ଟାଲ୍ ମିଡିଆରେ ସାମ୍ବାଦିକତାରେ ସକ୍ରିୟ ଭାବରେ କାର୍ଯ୍ୟ କରିଆସୁଛନ୍ତି। ଏହି ମହିଳା ସାମ୍ବାଦିକ ସମ୍ମାନ ବରିଷ୍ଠ ସାମ୍ବାଦିକ ବି.ଡି. ଏହା ପୂର୍ବରୁ 22 ବର୍ଷ ଧରି ନିଜାମି ଏବଂ ତାଙ୍କ ପରିଶ୍ରମୀ ସହକର୍ମୀଙ୍କ ସହ ସଜ୍ଜିତ "ମିଡିଆ ଗ୍ରୁପ୍ (ଭିଲାଇ-ଦୁର୍ଗ) ଏବଂ SRG (ଭିଲାଇ ଷ୍ଟିଲ୍ ପ୍ଲାଣ୍ଟ) ର ମିଳିତ ଉପସ୍ଥାପନାରେ ଆୟୋଜିତ ହୋଇଥିବା" ୟାଡେନ୍ ମୁକେଶ "ର ସଂଗୀତ ଉପସ୍ଥାପନା ପୂର୍ବରୁ ଏହା କରାଯାଇଥିଲା | । ଆଶା ଇକବାଲ ମହିଳା ସାମ୍ବାଦିକ ଅଟମିଆ ସମ୍ମାନ ସମାରୋହ ପ୍ରତିବର୍ଷ 27 ଅଗଷ୍ଟରେ ଭିଲାଇର ସେକ୍ଟର -1 ରେ ଅବସ୍ଥିତ "ନେହେରୁ ସାଂସ୍କୃତିକ ଗୃହ ଅଡିଟୋରିୟମ" ରେ ସମ୍ମାନିତ ଅତିଥିମାନଙ୍କ ସମ୍ମାନାର୍ଥେ ଆୟୋଜିତ ହେବାକୁ ଯାଉଛି l ଗଞ୍ଜାମର ବିଜୟଲକ୍ଷ୍ମୀ 2020 ମସିହାରେ ସାମ୍ବାଦିକତା କରିବା ସହ ସମାଜସେବା, ପରିବେଶ ସୁରକ୍ଷା କ୍ଷେତ୍ରରେ ନିଜକୁ ସାମିଲ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି l ସେ ଦିଗଦର୍ଶନ ନାମକ ଏକ ସ୍ବେଛାସେବୀ ଅନୁଷ୍ଠାନ ଖୋଲିବା ସହ ଜିଲ୍ଲାସ୍ତରୀୟ ସାଂସୃତିକ, କ୍ରୀଡା ମହୋତ୍ସବ ଆୟୋଜନ କରିଛନ୍ତି l ଦୈନିକ ଖବର କାଗଜରେ କାର୍ଯ୍ୟ କରିବା ସହ ଦିଗଦର୍ଶନ ନିୟୁସ ଚେନେଲ ମାଧ୍ୟମରେ ସମାଜ ର ଜାଗ୍ରତ ପ୍ରହରୀ ଭାବେ ସୂଚାରୁ ରୂପେ କାର୍ଯ୍ୟ ତୁଲାଇ ଆସୁଛନ୍ତି l ସେ ଓଡିଶା ସମ୍ବାଦିକ ସଙ୍ଘର ରାଜ୍ୟ ସଵକମିଟି ମହିଳା ଆବାହିକା ଭାବେ ଦୁଇ ବର୍ଷ ହେଲା କାର୍ଯ୍ୟ କରିଆସୁଥିବା ବେଳେ ଗଞ୍ଜାମ ପ୍ରେସ କ୍ଳବର ଉପସଭାପତି ଭାବେ ଦୁଇ ବର୍ଷ ହେଲା କାର୍ଯ୍ୟ ସମ୍ପାଦନ କରି ଆସୁଛନ୍ତି l ଆଶା ଇକବାଲ ସମ୍ମାନ ପାଇବା ଖବର ପ୍ରଚାରିତ ହେବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିବାରେ ଲାଗିଛି l
0 notes
newso-in · 1 month
Link
ସୁଭଦ୍ରା ଯୋଜନା ପ୍ରସଙ୍ଗରେ ରାଜ୍ଯ ସରକାରଙ୍କ ଫମ୍ପା ପ୍ରତିଶ୍ରୁତିକୁ ନେଇ ବର୍ଷିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ କହିଛନ୍ତି- ବିଜେପି ପ୍ରତ୍ୟେକ ମହିଳାଙ୍କୁ ୫୦ ହଜାର ଟଙ୍କା ଦେବ ବୋଲି ଗ୍ୟାରେଣ୍ଟି ଦେଇଥିଲା। ନିର୍ବାଚନ ସମୟରେ କହିଥିଲେ ୫୦,୦୦୦ ଟଙ୍କା ମାତ୍ର ଦେଉଛନ୍ତି ୫,୦୦୦ ଟଙ୍କା। କହିଥିଲେ ସବୁ ମହିଳା ପାଇବେ। ମାତ୍ର ପାଇବେ ୩ଜଣରୁ ଜଣେ। ମା’ମାନଙ୍କୁ ଏହା କ’ଣ ବିଜେପିର ଗ୍ୟାରେଣ୍ଟି ବୋଲି ପ୍ରଶ୍ନ କରିଛନ୍ତି ନବୀନ। ସେ କହିଛନ୍ତି- ରାଜ୍ଯର ସାଢେ ୪ କୋଟି ଜନସଂଖ୍ୟାର ପ୍ରାୟ ୨ କୋଟି ୨୫ ଲକ୍ଷ ମହିଳା ଏଥିରେ ସାମିଲ ହେବେ ବୋଲି ଆଶା କରାଯାଉଥିଲା। କିନ୍ତୁ ଏବେ ବିଜେପି ସରକାରଙ୍କ କହିବା ମୁତାବକ କେବଳ ୭୦ ଲକ୍ଷ ମହିଳା ସାମିଲ ହୋଇପାରିବେ। ମା’ମାନଙ୍କୁ ଏହା କ’ଣ ବିଜେପିର ଗ୍ୟାରେଣ୍ଟି ନା ଏହା ଏକ ଧୂଆଁବାଣ ବୋଲି ପ୍ରଶ୍ନ କରିଛନ୍ତି ନବୀନ। ସେ ଆହୁରି କହିଛନ୍ତି- ମା’ମାନେ ଅନେକ ଆଶା ରଖିଥିଲେ। ଟଙ୍କା ମିଳିଲେ କିଛି କାମରେ ଲଗାଇବେ ବା ବ୍ୟବସାୟ କରିବେ ବୋଲି ଭାବିଥିଲେ । ହେଲେ ଏବେ କହୁଛନ୍ତି ମା’ମାନଙ୍କୁ ୬ମାସରେ ମାତ୍ର ୫,୦୦୦ ଟଙ୍କାର ସହାୟତା ମିଳିବ। ଯାହା ମାସକୁ ମାତ୍ର ୮୦୦ ଟଙ୍କା ପଡ଼ୁଛି।ଏହା କେଉଁ କାମରେ ଲାଗିବ? ଏକ ସାଙ୍ଗରେ ୫୦,୦୦୦ ଟଙ୍କାର ପ୍ରୋତ୍ସାହନ ମିଳିଥିଲେ ମା’ମାନେ ଏହାକୁ କୌଣସି କାମରେ ଲଗାଇ ପାରିଥାନ୍ତେ। କିଛି ବ୍ୟବସାୟ କରି ସଶକ୍ତ ହୋଇ ସମାଜରେ ଆଗକୁ ବଢ଼ିଥାନ୍ତେ। ସୁଭଦ୍ରା ବା କିଛି ଗ୍ୟାରେଣ୍ଟି ଯୋଜନାକୁ କାର୍ଯ୍ୟକ୍ଷମ କରିବାକୁ ବିଜେପି ସରକାର ବଜେଟରେ ୫୦,୦୦୦ କୋଟି ଟଙ୍କାର ଋଣ କରିଛନ୍ତି। ଏହା ରାଜ୍ଯବାସୀଙ୍କ ମୁଣ୍ଡରେ ଋଣ ବୋଝ। ମା’ ଓ ଭଉଣୀମାନଙ୍କୁ ଏହାକୁ ସୁଧ ସହ ସୁଝିବାକୁ ପଡ଼ିବ। କାରଣ ଏହା ସରକାରୀ ଅର୍ଥ ନୁହେଁ। ଋଣ ହୋଇ ଆସିଥିବା ଟଙ୍କା। ଏଥିରେ କ’ଣ ନାରୀ ସଶକ୍ତିକରଣ ସମ୍ଭବ ହେବ ବୋଲି ପ୍ରଶ୍ନ କରିଛନ୍ତି ନବୀନ।
0 notes
newso-in · 1 month
Link
କୋଲକାତା :  କୋଲକାତା ଦୁଷ୍କର୍ମ ଓ ହତ୍ୟା ପଛର ଅସଲ କାରଣ ଖୋଜୁଛି CBI । ଅଭିଯୁକ୍ତ ସଞ୍ଜୟ ରାୟର ହେବ ସାଇକୋଲଜିକାଲ୍ ଟେଷ୍ଟ । ଏଥିପାଇଁ ସିବିଆଇର CFSL ଟିମ୍ ଟେଷ୍ଟ କରିବା ପାଇଁ କୋଲକାତା ପହଞ୍ଚି ସାରିଛନ୍ତି । ସିବିଆଇ ଅଭିଯୁକ୍ତ ସଞ୍ଜୟର ମାନସିକ ଅବସ୍ଥାକୁ ଯାଞ୍ଚ କରିବ। ତା’ସହ ସିବିଆଇ ସେମିନାର୍ ହଲର 3D ଲେଜର୍ ସ୍କାନ୍ କରିଛି । ଘଟଣା ଦିନ କ୍ରାଇମ୍ ସିନ୍-ସେମିନାର୍ ହଲରେ କେତେ ଜଣ ବ୍ୟକ୍ତି ଥିଲେ ସେ ଦିଗରେ ମଧ୍ୟ ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ସଞ୍ଜୟ ରାୟଙ୍କ ଫୋନରୁ ଅନେକ ଆପତ୍ତିଜନକ କଣ୍ଟେଣ୍ଟ ଏବଂ ଭିଡିଓ ମିଳିଛି। ଏଭଳି ପରିସ୍ଥିତିରେ ଯାଞ୍ଚ ଏଜେନ୍ସି ଅଭିଯୁକ୍ତର ମାନସିକ ସ୍ଥିତି ଜାଣିବାକୁ ଚେଷ୍ଟା କରୁଛନ୍ତି, ଯାହାଫଳରେ ଦୁଷ୍କର୍ମ ଓ ହତ୍ୟା ପଛର କାରଣ ଖୋଜି ବାହାର କରାଯାଇପାରିବ। ଏଥିସହ ଏହି ଟେଷ୍ଟ ଜରିଆରେ ଅଭିଯୁକ୍ତର ଅନେକ ରହସ୍ୟ ଉପରୁ ମଧ୍ୟ ପରଦା ଉଠିପାରେ ବୋଲି ବିଶ୍ୱାସ କରାଯାଉଛି । ଏହା କେବଳ ଦୁଷ୍କର୍ମ ନୁହେଁ ଗଣ ଦୁଷ୍କର୍ମ ନେଇ ପରିବାରଲୋକେ ଆଣିଥିବା ଅଭିଯୋଗ ଉପରେ ତଦନ୍ତ କରୁଛି ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିକେସନ୍ ତଥା ସିବିଆଇ। ପ୍ରତିଦିନ ନୂଆ ନୂଆ ତଥ୍ୟ ଅନେକ ଘଟଣା ଉପରୁ ପରଦା ହଟାଉଛି । ସେପଟେ କୋଲକାତା RG କର୍ ମେଡିକାଲ ସମ୍ମୁଖରେ ଡାକ୍ତର ଓ ସାଧାରଣ ଲୋକେ ଏବେ ବି ଧାରଣାରେ ବସିଛନ୍ତି। ଉପଯୁକ୍ତ ତଦନ୍ତ ସହ ଅସଲ ଅଭିଯୁକ୍ତକୁ ଗିରଫ କରି ତାକୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ଲୋକେ ।
0 notes
newso-in · 1 month
Link
ପାଟନା: ବିହାରରେ ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବ ସମ୍ପ୍ରତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଲଗାତାର ଟାର୍ଗେଟ କରୁଛନ୍ତି। ରାଜ୍ୟରେ ଘଟୁଥିବା ଅପରାଧ ସମ୍ପର୍କରେ ସେ ବିଜେପି-ଜେଡିୟୁ ସରକାର ଉପରେ ପ୍ରଶ୍ନ ଉଠାଉଛନ୍ତି। ସେ ରବିବାର ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ନୀତୀଶ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ତେଜସ୍ୱୀ ପୋଷ୍ଟ କରି ପଚାରିଛନ୍ତି, ଆପଣ ସିଏମ୍ ନୀତୀଶ କୁମାର ପ୍ରତିଦିନ ଶହ ଶହ ମୃତଦେହ ଉପରେ ପଡ଼ିଥିବା ଏବଂ ବିହାରରେ ବ୍ରିଜ୍ ଭୁଶୁଡ଼ି ପଡ଼ିଥିବା କଥା ଶୁଣୁଛନ୍ତି କି ? ତେଜସ୍ୱୀ ପୋଷ୍ଟ କରି ଲେଖିଛନ୍ତି ବିଜେପି ଦ୍ୱାରା ଶାସିତ ଡବଲ ଇଞ୍ଜିନ ସରକାରରେ ବିହାରରେ ଅପରାଧ ରେକର୍ଡ କରିଛି। ରାଜ୍ୟରେ ଜଙ୍ଗଲ ଆଇନ ରେକର୍ଡ କରିଛି। ଆପଣ ରେକର୍ଡ ଭାଙ୍ଗିଥିବା ଅପରାଧ, ଅନିୟନ୍ତ୍ରିତ ଦୁର୍ନୀତି ଏବଂ ସେତୁ ଭୁଶୁଡ଼ିବା ବିଷୟରେ କିଛି ଶୁଣୁଛନ୍ତି ନା ନାହିଁ। 𝐁𝐉𝐏 शासित डबल इंजन सरकार में बिहार में ट्रबलिंग क्राइम रिकॉर्ड! क्या आपने 𝐂𝐌 नीतीश कुमार को रिकॉर्डतोड़ अपराध, अनियंत्रित भ्रष्टाचार तथा बिहार में प्रतिदिन गिरती सैंकड़ों लाशों और ढहते पुलों पर बोलते सुना? सुनेंगे भी नहीं? आपके सूचनार्थ और ध्यानार्थ पेश है विगत 𝟑-𝟒 दिनों…— Tejashwi Yadav (@yadavtejashwi) August 18, 2024 ଏହା ସହିତ ସେ ଗତ ୩-୪ ଦିନ ମଧ୍ୟରେ ସାରା ରାଜ୍ୟରେ ଘଟିଥିବା ୭୧ ଘଟଣା ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ସେଥିମଧ୍ୟରୁ ସିୱାନରେ ବିଜେପି କର୍ମୀଙ୍କୁ ହତ୍ୟା କରାଯାଇଥିବା ଘଟଣା ରହିଛି। ବିଜେପି ନେତା ଅଜୟ ସାହାଙ୍କୁ ପାଟନାରେ ହତ୍ୟା କରାଯାଇଥିଲା। ସେହିପରି ସହରସାଠାରେ ଜେଡିୟୁ ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ପାଟନାରେ ଅପରାଧୀମାନେ ଘରେ ପଶି ୩୦ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଲୁଟି ନେଇଥିଲେ, ପରେ ଆଇନଜୀବୀଙ୍କୁ ଗଳା କାଟି ହତ୍ୟା କରିଥିଲେ। ବେଗୁସରାଇରେ ସ୍ୱାମୀ ଏବଂ ପିଲାମାନଙ୍କର ଗଳା କାଟି ହତ୍ୟା କରାଯାଇଥିଲା। ନାଳନ୍ଦାରେ ୧୬ ଜଣ ଅପରାଧୀ ଜଣେ ଯୁବକ��୍କୁ ଅପହରଣ କରିନେଇ ତାଙ୍କୁ ନିର୍ଦ୍ଦୟ ଭାବରେ ପିଟିଥିଲେ ଏବଂ ଆଖି ବାହାର କରି ତାଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ। ବୈଶାଳୀରେ ପୂର୍ବତନ ବିଧାୟକଙ୍କ ପେଟ୍ରୋଲ ପମ୍ପରେ ଲୁଟ୍। ତେଜସ୍ୱୀ ଯାଦବ ଏହି ତାଲିକାରେ ପ୍ରାୟ ଏଭଳି ଘଟଣା ସମ୍ପର୍କରେ ଉଲ୍ଲେଖ କରିଛନ୍ତି।
0 notes
newso-in · 1 month
Link
ଭୁବନେଶ୍ବର: ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ବିସ୍ଫୋରକ ବୟାନ ଦେଇ ହଟଚମଟ ସୃଷ୍ଟି କରିଛନ୍ତି। ରାଜ୍ୟ କଂଗ୍ରେସର ଷ୍ଟଅରିଂ କମିଟିକୁ ନେଇ ପ୍ରଶ୍ନ ଉଠାଇ ପଞ୍ଚାନନ କାନୁନଗୋ କହିଛନ୍ତି, ଓଡ଼ିଆ ଅସ୍ମିତା କଥା କୁହାଯାଉଛି, ହେଲେ କମିଟି ଅଧ୍ୟକ୍ଷ ପାଇଁ ସାରା ରାଜ୍ୟରେ ଓଡ଼ିଶା କଂଗ୍ରେସକୁ ଓଡ଼ିଆ ନେତା ମିଳିଲେ ନାହିଁ। ଦୁର୍ଭାଗ୍ୟର କଥା ଜଣେ ଅଣ ଓଡ଼ିଆ ଲୋକ କମିଟିର ଅଧ୍ୟକ୍ଷ ହୋଇଛନ୍ତି। ଅତୀତରେ କେବେ ରାଜ୍ୟ କଂଗ୍ରେସର କୌଣସି କମିଟିରେ ପ୍ରଭାରୀ ଅଧ୍ୟକ୍ଷ ହେଇନଥିଲେ। ପ୍ରଭାରୀଙ୍କ ଅଧ୍ୟକ୍ଷତାରେ କାହିଁକି କମିଟି ଗଠନ ହେଲା ଓ ତାର କାମ କଣ ବୋଲି ସେ ପ୍ରଶ୍ନ କରିଛନ୍ତି। ଅପାରଗତା ଲୁଚେଇବା ପାଇଁ ପରାଜୟର ସମୀକ୍ଷା କରାଗଲାନି। ସମୀକ୍ଷା ହୋଇଥିଲେ ପରାଜୟ ପଛର କାରଣ କଣ ଜଣାପଡ଼ିଯାଇଥାନ୍ତା।
0 notes
newso-in · 1 month
Link
ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ରେ ଅଧକ୍ଷ କାଉସିଲର ଙ୍କୁ ମଧ୍ୟରେ ଲାଗିରହିଥିବା ବିବାଦ ସାମ୍ନାକୁ ଆସିଲା l ଅଧକ୍ଷ ଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ଏନଏସି କାର୍ଯ୍ୟାଳୟ ଆଗରେ କଳା ବ୍ୟାଚ ପିନ୍ଧି ଧାରଣା ରେ ବସିବା ସହିତ ହେରେ କୃଷ୍ଣ ହରେ ରାମ ଜପିଲେ 9 କାଉନସିଲର l ଏନଏସି ଅଧକ୍ଷ ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟପାଇଁ ଏନଏସି ର ୧୩ ଜଣ କାଉନସିଲର ରୁ ୯ ଜଣ କାଉନସିଲର ଧାରଣା ରେ ବସିଛନ୍ତି । କାଉନସିଲର ମାନଙ୍କ ଅଗୋଚର ରେ ବର୍ତ୍ତମାନ 40 ରୁ ଉର୍ଦ୍ଧ କାର୍ଯ୍ୟ ର ସଟ ଟେଣ୍ଡର କରାଯାଇ ଅନ୍ୟ ଗ୍ରାମର ଠିକାଦାର ଙ୍କୁ ଆଣି, ଅଧ୍ଯକ୍ଷ୍ୟ ଓ ନିର୍ବାହୀ ଅଧିକାରୀ, କନିଷ୍ଠ ଯନ୍ତ୍ରୀ ସେମାନଙ୍କ ସହ ସାଲିସ କରି ଟେଣ୍ଡେର ପକାଇଥିବା ଅଭିଯୋଗ କରିଛନ୍ତି କାଉନସିଲର । ଏବଂ ବଦଳି ସତ୍ୱେ କନିଷ୍ଠ ଯନ୍ତ୍ରୀ ଙ୍କୁ ଜାଣିଶୁଣି ଏଠାରେ ରଖା ଯାଇ କାର୍ଯ୍ୟରେ ଦୁର୍ନତି କରାଯାଉଥିବା କାରଣରୁ କାଉସିଲର ମାନେ ସାନ୍ତି ପୂର୍ଣ୍ଣ ପ୍ରତିବାଦ କରିଥିବା କହିଥିବା ବେଳେ ଯେହୁଁ ଦିନ ପର୍ଯ୍ୟନ୍ତ କାଉସିଲର ମାନଙ୍କ ଦାବୀ ପୁରଣ ନକରାଯିବ ସେଯାଏଁ ଆନ୍ଦୋଳନ ଜାରିରହିବା ନେଇ କହିଛନ୍ତି ଧାରଣାରତ କାଉସିଲର ବିରୋ ରିପୋଟ NEWSO.IN
0 notes
newso-in · 1 month
Link
ଭୁବନେଶ୍ବର : ରାଜ୍ଯ ପ୍ରଶାସନର ଦୁଇ ପ୍ରମୁଖ ପଦବୀରେ ନିଯୁକ୍ତ ହୋଇଛନ୍ତି ଅଣଓଡ଼ିଆ ଅଧିକାରୀ । ୪୧ ବର୍ଷ ପରେ ମୁଖ୍ଯ ଶାସନ ପଦବୀରେ ଜଣେ ଅଣଓଡ଼ିଆଙ୍କୁ ନିଯୁକ୍ତ କରାଯାଇଥିବାବେଳେ ଆଜି ପୋଲିସ ଡିଜି ଭାବେ ମଧ୍ଯ ଜଣେ ଅଣଓଡ଼ିଆଙ୍କୁ ନିଯୁକ୍ତି ଦେଇଛନ୍ତି ବିଜେପି ସରକାର । ଅଣଓଡ଼ିଆ ଅଧିକାରୀଙ୍କୁ ପ୍ରମୁଖ ପଦବୀରେ ନିଯୁକ୍ତି ନେଇ ବିଜେପି ସରକାରଙ୍କୁ ସମାଲୋଚନା କରିଛି ବିଜେଡି । ବିଜେଡି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ଓଡ଼ିଆ ଅସ୍ମିତାକୁ ପ୍ରସଙ୍ଗ କରି ସରକାରକୁ ଆସିଥିବା ବିଜେପି ନିର୍ବାଚନ ପରେ ୟୁ-ଟର୍ଣ୍ଣ ନେଇଛି । ପ୍ରତିଶ୍ରୁତି ପାଳନ କରିବା ବଦଳରେ ୪୧ ବର୍ଷ ପରେ ମୁଖ୍ଯଶାସନ ସଚିବ ପଦରେ ଜଣେ ଅଣଓଡ଼ିଆଙ୍କୁ ନିଯୁକ୍ତି ଦେଇଛି । ସେହିପରି ଶ୍ରୀମନ୍ଦିର ପରିଚାଳନା କମିଟିରେ କାର୍ଯ୍ଯକାରୀ ଅଧ୍ଯକ୍ଷ ପଦ ସୃଷ୍ଟି କରି ଏହାର ଦାୟିତ୍ବ ମୁଖ୍ଯ ଶାସନ ସଚିବଙ୍କୁ ଦେଇଛନ୍ତି । ଏବେ ପୁଣି ପୋଲିସ ଡିଜି ପଦରେ ଜଣେ ଅଣଓଡ଼ିଆଙ୍କୁ ନିଯୁକ୍ତି ମିଳିଛି । ଏହାକଣ ବିଜେପିର ଓଡ଼ିଆ ଅସ୍ମିତା କି ବୋଲି ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ ସାମନ୍ତସିଂହାର । ବିଜେଡି କହିଛି, ଆମେ ଅଫିସରଙ୍କ ଯୋଗ୍ଯତା କି ବ୍ଯକ୍ତିଗତ କଥା କହୁନାହୁଁ । ବିଜେପି ନିର୍ବାଚନ ସମୟରେ ଯାହା କହିଥିଲା ଏବେ କାହିଁକି ଓଲଟା କରୁଛି । ଏହା ଓଡ଼ିଆଙ୍କ ପ୍ରତି ପ୍ରତାରଣା । ଗୁରୁତ୍ବପୂର୍ଣ୍ଣ ପଦରେ ନିଯୁକ୍ତି ଦେବାକୁ କଣ କେହି ଯୋଗ୍ଯ ଓଡ଼ିଆ ଅଧିକାରୀ ମିଳିଲେନି କି ବୋଲି ପ୍ରଶ୍ନ ଉଠାଇଛି ବିଜେଡି ।
0 notes
newso-in · 1 month
Link
ସୁକମା – ଛତିଶଗଡ଼ ସୁକମା ଜିଲ୍ଲାରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ମାଓବାଦୀମାନେ ପିଟି ପଟି ହତ୍ୟା କରିଛନ୍ତି । ପୁଲିସ ସୂଚନାଦାତା ଅଭିଯୋଗରେ ସେମାନେ ଏହି ନାବାଳକକୁ ହତ୍ୟା କରିଛନ୍ତି । ଏହା ପୂର୍ବରୁ ସପ୍ତାହକ ତଳେ ନାବାଳକଙ୍କ ୧୯ ବର୍ଷିୟ ଭାଇଙ୍କୁ ମାଓବାଦୀମାନେ ହତ୍ୟା କରିଥିଲେ । ସ୍ଥାନୀୟ ଲୋକଙ୍କ ମନରେ ସେମାନଙ୍କ ପ୍ରତି ଭୟ ସୃଷ୍ଟି କରିବା ପାଇଁ ମାଓବାଦୀମାନେ ଏପରି କରିଛନ୍ତି । ଛତିଶଗଡର ପୂଭାର୍ତ୍ତୀ ଗାଁ ଏହି ଘଟଣା ଘଟିଛି । ୧୬ ବର୍ଷର ଦଶମ ଶ୍ରେଣୀ ଛାତ୍ର ସ୍ୱୟମ ଶଙ୍କରକୁ ମାଓବାଦୀମାନେ ହତ୍ୟା କରିଥିବା ସୁକମା ଏସ୍‌ପି ପ୍ରକାଶ କରିଛନ୍ତି । ଶଙ୍କର ଏବଂ ତାଙ୍କ ବଡ ଭାଇ , ସେମାନଙ୍କର ଭଉଣୀଙ୍କର ମୃତ୍ୟୁ ହେବାରୁ ଗାଁକୁ ଆସିଥିଲେ । ମାଓବାଦୀମାନେ ସେମାନଙ୍କୁ ପୁଲିସ ସୂଚନାଦାତା ସନ୍ଦେହ କରିଥିଲେ । ପ୍ରଥମେ ସପ୍ତାହକ ତଳେ ବଡ ଭାଇକୁ ହତ୍ୟା କରିଥିଲେ । ମାତ୍ର ତାଙ୍କ ପରିବାର ଲୋକ ଭୟରେ ପୁଲିସକୁ କିଛି କହି ନଥିଲେ । ପରେ ସେମାନେ ତାଙ୍କ ସାନ ଭାଇ ୧୬ ବର୍ଷିୟ ଶଙ୍କରକୁ ହତ୍ୟା କରିଛନ୍ତି । ତିନି ସନ୍ତାନଙ୍କୁ ହରାଇବା ପରେ ସେମାନଙ୍କ ବାପା ମାଆ ଭୟରେ କେଉଁ ଆଡେ ଚାଲିଯାଇଥିବା ପୁଲିସ କହିଛି ।
0 notes
newso-in · 2 months
Link
ରାଜ୍ଯରେ କେମିତି ଚାଲିଛି ବିଜେଡି ସଂଗଠନ । ତଦାରଖ ଓ ସମନ୍ବୟ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗଠନ କଲେ ନୂଆ କମିଟି । ବିଜେଡିର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ରଙ୍କ ଅଧ୍ଯକ୍ଷତାରେ ଏକ ୧୫ ଜଣିଆ ଟିମ ଗଠନ କରିଛନ୍ତି ନବୀନ । ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଟିମ ସଦସ୍ଯ ସାରା ରାଜ୍ଯରେ ବିଜେଡିର କାର୍ଯ୍ୟକ୍ରମ ଯୋଜନାବଦ୍ଧ, ମିଳିତଭାବେ ହେଉଛି କି ନାହିଁ ତାହା ପରଖିବ । ଦେବୀଙ୍କ ଟିମରେ ଅଛନ୍ତି ବିରୋଧୀ ଦଳ ମୁଖ୍ଯ ସଚେତକ ପ୍ରମିଳା ମଲ୍ଲିକ, ନିରଂଜନ ପୂଜାରୀ, ବିକ୍ରମ କେଶୀର ଆରୁଖ, ପ୍ରତାପ କେଶରୀ ଦେବ, ପ୍ରଦୀପ କୁମାର ଅମାତ, ଅରୁଣ ସାହୁ, ଅଶ୍ବିନୀ କୁମାର ପାତ୍ର, ପ୍ରତାପ ଜେନା, ସାରଦା ପ୍ରସାଦ ନାୟକ, ସୁଦାମ ମାର୍ଣ୍ଡି, ମନୋହର ରନ୍ଧାରୀ, ସ୍ନେହାଙ୍ଗିନୀ ଛୁରିଆ, ମହେଶ ସାହୁ ଓ ଦେବେଶ ଆଚାର୍ଯ୍ୟ ।
0 notes
newso-in · 3 months
Link
ନୂଆଦିଲ୍ଲୀ: ଆସାମରେ ପ୍ରଳୟଙ୍କରୀ ବନ୍ୟା। ଚଳିତବର୍ଷ ଶୀଘ୍ର ମୌସୁମୀ ପ୍ରବେଶ କରିବାରୁ ଆସାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବ୍ରହ୍ମପୁତ୍ର, ବରାକ, କୋପିଲି ଭଳି ପ୍ରମୂଖ ନଦୀରେ ବନ୍ୟା ଜଳ ଉଛୁଳୁଥିବାରୁ ଉତ୍ତରପୂର୍ବ ରାଜ୍ୟର  ପ୍ରାୟ ୧୮ ଜିଲ୍ଲାରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଶନିବାର ସୁଦ୍ଧା ୩୦ ଜିଲ୍ଲାର ପ୍ରାୟ ୨୪ଲକ୍ଷରୁ ଅଧିକ ଲୋକ ଏଥିରେ ପ୍ରଭାବିତ ହୋଇଥିବା ସୂଚନା ମିଳିଛି। ୫୨ରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ଘଟିଛି। ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଧୁବ୍ରି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସାମରେ ସ୍ଵାଭାବିକଠାରୁ ୮୫ ପ୍ରତିଶତ ଅଧିକ ବର୍ଷା ହୋଇଛି। ୩୫୦୦ ଗାଁ ପ୍ରଭାବିତ ହୋଇଥିବାବେଳେ ୬୩ ହଜାରରୁ ଅଧିକ ଚାଷ ଜମି ଜଳମଗ୍ନ ହୋଇଛି। ସେପଟେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା ଘଟଣାସ୍ଥଳକୁ ଯାଇ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରି��ିବା ଜଣାପଡିଛି। ଆଇଏମଡିର ଆକଳନ ଅନୁଯାୟୀ ୬ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଆସାମ, ଅରୁଣାଞ୍ଚଳ ପ୍ରଦେଶ, ମେଘାଳୟ ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
0 notes
newso-in · 5 months
Link
ବ୍ରହ୍ମପୁର: ହତାଶ ଓଡ଼ିଶା ବିଜେପି କର୍ମୀଙ୍କୁ ଉତ୍ସାହିତ କରିବାକୁ ଆସିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଅମିତ ଶାହଙ୍କ ଗସ୍ତକୁ ନେଇ ରାଜ୍ୟ ବିଜେପିକୁ ସମାଲୋଚନା କରି ଏପରି କହିଛନ୍ତି ବିଜେଡି ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର । ସେ କହିଛନ୍ତି, ରାଜ୍ୟ ବିଜେପି ନେତାଙ୍କ ଅପାରଗତା କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭଲଭାବେ ଜଣା । ୨୦୦୯ ମସିହାରୁ ଏଯାଏଁ ଓଡ଼ିଶାବାସୀଙ୍କ ବିଶ୍ବାସ ଜିତିପାରିନି ବିଜେପି । ରାଜ୍ୟ ନେତାମାନଙ୍କ ଉପରେ ଭରସା ପାଉନଥିବାରୁ କର୍ମୀଙ୍କୁ ଉତ୍ସାହିତ କରିବାକୁ ଶାହ ଓଡ଼ିଶା ଆସିଥିଲେ । କାରଣ ସେମାନେ ନିର୍ବାଚନ ଫଳାଫଳ କଣ ହେବ ସେକଥା ଜାଣିସାରିଲେଣି । ଏଣୁ ନିରାଶ କର୍ମୀଙ୍କ ମନରେ ଉତ୍ସାହିତ କରିବା ହିଁ ଓଡ଼ିଶା ଗସ୍ତର ମୁଖ୍ଯ ଉଦ୍ଦେଶ୍ଯ ରହିଥଇଲା । ସାରା ଦେଶରେ ନବୀନ ଓଡି଼ଶା ଏକ ମଡେଲ ଭାବେ ପରିଚିତ ହୋଇଛି । ସ୍ବାସ୍ଥ୍ଯ, ଶିକ୍ଷା, ରୋଜଗାର, କୃଷକଙ୍କ ଉନ୍ନତିରେ ଓଡ଼ିଶା ଅନ୍ଯ ରାଜ୍ଯମାନଙ୍କ ପାଇଁ ଉଦାହରଣ ।  ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ନୀତିକୁ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା କରାଯାଇଛି । ବିଗତ ୧୦ ବର୍ଷରେ ଓଡ଼ିଶାର ଅନେକ ଉପଲବ୍ଧି ପାଇଁ କେନ୍ଦ୍ର ସରକାର ପ୍ରଶଂସା କରିଛନ୍ତି । ବିଭିନ୍ନ ସମୟରେ ପ୍ରତିଷ୍ଠିତ ଏଜେନ୍ସିଙ୍କ ସର୍ଭେ ରିପୋର୍ଟରେ ନବୀନ ଏକ ନମ୍ବର ମୁଖ୍ଯମନ୍ତ୍ରୀ ହୋଇଛନ୍ତି । ଓଡ଼ିଶା ଏକମାତ୍ର ରାଜ୍ଯ ଯିଏ ଚାଷୀମାନଙ୍କ ଆୟକୁ ଦୁଇଗୁଣା କରିପାରିଛି । ବେକାରୀ ହ୍ରାସରେ ଓଡ଼ିଶା ଏକ ନମ୍ବର ହୋଇଥିବାବେଳେ ବିଜେପି ଶାସିତ ରାଜ୍ୟରେ ସ୍ଥିତି ଉଦବେଗଜନକ । ମହିଳା ସଶକ୍ତିକରଣରେ ନବୀନ ଓଡ଼ିଶା ଏକ ମଡେଲ । ଯାହାକୁ ଅନ୍ଯ ରାଜ୍ୟ ଓ କେନ୍ଦ୍ର ସରକାର ମଧ୍ଯ ଅନୁକରଣ କରୁଛନ୍ତି । ମାତ୍ର ମହିଳାଙ୍କ ଏକ୍ସପୋଜର ଭିଜିଟକୁ ଓଡ଼ିଶା ବିଜେପି ନେତା ଷଡ଼ଯନ୍ତ୍ର କରି ବନ୍ଦ କରିଦେଇଛି । ଓଡ଼ିଶାର ମହିଳାମାନେ ସଶକ୍ତ ହେଲେ ଓଡ଼ିଶା ବିଜେପି ନେତାଙ୍କ ଦେହରେ ଯାଉନି । ବିଏସକେୱାଇ ହେଉଛି ଦେଶରେ ଅନନ୍ଯ ଯୋଜନା । ଏହାକୁ ବି ବନ୍ଦ କରିବାକୁ ବିଜେପି ନେତା ଷଡ଼ଯନ୍ତ୍ର କରୁଛି । ଫାଇଭ-ଟି ମାଧ୍ଯମରେ ରାଜ୍ଯରେ ୭ ହଜାର ସ୍କୁଲର ରୂପାନ୍ତରଣ ହୋଇଛି । ମାତ୍ର ଓଡ଼ିଶାରେ ଥିବା କୌଣସି କେନ୍ଦ୍ରୀୟ ବିଦ୍ଯାଳୟରେ ସ୍ମାର୍ଟ କ୍ଲାସରୁମ ହୋଇପାରଲାନି । ନବୀନଙ୍କ ନେତୃତ୍ବରେ ରାଜ୍ଯରେ ଦୃତ ବିକାଶ, ଦୃଢ ବିକାଶ, ନିରନ୍ତର ବିକାଶ ଚାଲିଛି । ସେଥିରେ କୌଣସି ବିରତି ଲାଗିନି । ଆଗକୁ ମଧ୍ଯ ଏହି ଧାରା ଜାରି ରହିବ ବୋଲି ଭୃଗୁ କହିଛନ୍ତି ।
0 notes
newso-in · 5 months
Link
ପାଟନା: ବଲିଉଡ଼ ଅଭିନେତ୍ରୀ ନେହା ଶର୍ମା  ବିହାରରେ ଏକ ରୋଡ୍‌ ଶୋରେ ଭାଗ ନେଇଥିବା ଦେଖିବାକୁ ମିଳିଛି। ନେହା ତାଙ୍କ ପିତା ଅଜିତ ଶର୍ମାଙ୍କ ସମର୍ଥନରେ ରୋଡ୍‌ ଶୋ କରିଛନ୍ତି, ଯିଏ କି କଂଗ୍ରେସ ଟିକେଟରେ ଭାଗଲପୁର ଲୋକସଭା ଆସନରୁ ନିର୍ବାଚନ ଲଢୁଛନ୍ତି। ରାଜନୀତିରେ ପ୍ରବେଶ କରିବାର ଚର୍ଚ୍ଚା ମଧ୍ୟରେ ନେହା ସ୍ପଷ୍ଟ କରିଛନ୍ତି ଯେ, ସେ କେବଳ ତାଙ୍କ ପିତାଙ୍କ ପାଇଁ ପ୍ରଚାର କରୁଛନ୍ତି। ନେହା ଶର୍ମା ଇନଷ୍ଟାଗ୍���ାମରେ ବାଙ୍କା, କିଶନଗଞ୍ଜ, କଟିହର ଏବଂ ପୂର୍ଣ୍ଣିୟା ସମେତ ବିହାରର ବିଭିନ୍ନ ଜିଲାରେ ନିଜ ଯାତ୍ରାର ଏକ ଭିଡିଓ ଶେୟାର କରିଛନ୍ତି। ସେ ପାରମ୍ପରିକ ସାଲୱାର କମିଜ୍‌ ପିନ୍ଧିଥିଲେ ଏବଂ ଜନସାଧାରଣଙ୍କୁ ଅଭିବାଦନ ଜଣାଇବା ସହ ସେମାନଙ୍କୁ ଭୋଟ୍ ଦେବାକୁ ଉତ୍ସାହିତ କରୁଥିବା ଦେଖାବାକୁ ମିଳିଛି। ରୋଡ୍ ଶୋ ସମୟରେ ଅଭିନେତ୍ରୀଙ୍କୁ ପେରପୈନ୍ତି ଏବଂ କହଲଗାଓଁରେ ବହୁ ସଂଖ୍ୟକ ଲୋକ ତାଙ୍କୁ ସ୍ୱାଗତ କରିଥିଲେ। ଅନ୍ୟ ଏକ ଭିଡିଓରେ ଅଭିନେତ୍ରୀ ଭାଗଲପୁରରେ ତାଙ୍କ ପିତାଙ୍କ ନିର୍ବାଚନ ପ୍ରଚାରରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିବା ଦେଖାଯାଇଛି।
0 notes
newso-in · 5 months
Link
ଭୁବନେଶ୍ୱର : ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା । ଟାଟା ମୋଟର୍ସ ଠକେଇ ମାମଲାରେ ସ୍ଥଗିତାଦେଶକୁ ଉଠାଇଦେଲେ କୋର୍ଟ । ଏଣିକି ଅଦାଲତରେ ନିୟମିତ ହାଜର ହେବାକୁ ହେବ । ହାଇକୋର୍ଟଙ୍କ ଆଦେଶକୁ ସେ ନିୟମିତ ଭାବେ ଅବମାନନା କରିଆସୁଥିଲେ । କୋର୍ଟରେ ହାଜର ହେଉନଥିଲେ ପ୍ରଦୀପ । ଯାହାର ବିଚାର କରି ସମସ୍ତ ସ୍ଥଗିତାଦେଶକୁ ହଟାଇ ଦେଇଛନ୍ତି କୋର୍ଟ । ପ୍ରଦୀପଙ୍କ ସହ ଅନ୍ୟ ଅଭିଯୁକ୍ତ ବି ହାଜର ହେବେ । ପ୍ରଦୀପ ପାଣିଗ୍ରାହୀ ଏବେ ବିଜେପିର ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଅଛନ୍ତି । ତାଙ୍କ ବିରୋଧରେ ମିଛ କହି ଲୋକଙ୍କୁ ଠକିଥିବା ଅଭିଯୋଗ ହୋଇଥିଲା । ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲୋକଙ୍କୁ ଠକିଥିଲେ । ଟାଟା ମୋଟର୍ସରେ ପାସେଞ୍ଜର ଡିଭିଜନରେ ଚାକିରି ଦେବେ କହିଥିବା ନେଇ ଅଭିଯୋଗ ହୋଇଥିଲା । ଲକ୍ଷ ଲକ୍ଷ ଟଙ୍କା ଲୋକଙ୍କଠୁ ଠକିଥିବା ନେଇ ଅଭିଯୋଗ ହୋଇଥିଲା । ଠକେଇରେ ପ୍ରଦୀପଙ୍କ ସହଯୋଗୀ ଥିଲେ ଭାବୀ ଜ୍ବାଇଁ ଆକାଶ ପାଠକ । ଏହାକୁ ନେଇ ଟାଟା ମୋଟର୍ସ ପାସେଞ୍ଜର ଡିଭିଜନ ଅଭିଯୋଗ କରିବା ସହ ଠକେଇର ଶିକାର ଲୋକେ ମଧ୍ଯ ଅଭିଯୋଗ କରିଥିଲେ ।
0 notes
newso-in · 5 months
Link
ଭୁବନେଶ୍ୱର : ଓଡ଼ିଶା ବିଜେପି ସର୍ବଦା ମହିଳା ବିରୋଧୀ। ମିଶନ ଶକ୍ତି ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏପ୍ରିଲ ୨୦୨୪ରେ ଏସଏଚଜି ମା’ମାନଙ୍କ ଦୁବାଇ ଗସ୍ତ ବାତିଲ କରାଇଛନ୍ତି ଧର୍ମେନ୍ଦ୍ର।ଏନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ବର୍ଷିଛନ୍ତି ବିଜେଡି ସାଂସଦ ସୁଲତା ଦେଓ। ଚଳିତ ଏପ୍ରିଲ ମାସ ୨୪ ତାରିଖରେ ମା’ମାନଙ୍କର ଦୁବାଇ ଗସ୍ତ ଥିଲା। ଧର୍ମେନ୍ଦ୍ର ଇସିଆଇଙ୍କୁ ଚିଠି ଲେଖି ଏହି ଏକ୍ସପୋଜର ଭିଜିଟ ଉପରେ ରୋକ୍ ଲଗାଇଛନ୍ତି। ମାର୍ଚ୍ଚ ୨୭ରେ ପିଟିସନ ଦାଖଲ କରି ରୋକ ଲଗାଇଛନ୍ତି ଧର୍ମେନ୍ଦ୍ର। ମହିଳାଙ୍କ ପ୍ରଗତିରେ ରୋକ୍ ଲଗାଇବାକୁ ଚେଷ୍ଟା କରୁଛନ୍ତି। ମହିଳା ବିକାଶ, ମହିଳା ସଶକ୍ତିକରଣ ବିରୋଧୀ ପାଲଟିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ସମ୍ବଲପୁରରକୁ ଧର୍ମେନ୍ଦ୍ର ବିଜେପି ଲୋକସଭା ପ୍ରାର୍ଥୀ ହୋଇଛନ୍ତି । ସାଂସଦ ନିର୍ବାଚିତ ହେଲେ ବୋଧହୁଏ ମିଶନ ଶକ୍ତି ବନ୍ଦ କରି ଦେବେ ବୋଲି ବିଜେଡି ଆଶଙ୍କା ପ୍ରକାଶ କରିଛି। କିନ୍ତୁ ମହିଳାଙ୍କ ଭିତରେ ଫାଟ ସୃଷ୍ଟି କରିବା ଚକ୍ରାନ୍ତରେ ସଫଳ ହେବେ ନାହିଁ ବୋଲି ବିଜେଡି ସାଂସଦ ସୁଲତା ଦେଓ କହିଛନ୍ତି। ୬ ଲକ୍ଷ ଏସଏଚଜି ଗଠନ ଦ୍ଵାରା ୭୦ ଲକ୍ଷ ମହିଳା ସଶକ୍ତକରଣ ସଶକ୍ତ ହୋଇଛନ୍ତି । ମାଆମାନଙ୍କୁ ସଶକ୍ତ କରି ଉଦ୍ୟୋଗୀ ହେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚେଷ୍ଟା କରିଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ମହିଳା ଜ୍ଞାନ ଆହରଣ କରିଛନ୍ତି। କିନ୍ତୁ ମହିଳାଙ୍କୁ ପୁଣି ଚାରିକାନ୍ଥରେ ଆବଦ୍ଧ ରଖି ଅନ୍ଧାରକୁ ଠେଲି ଦେବାକୁ ଚାହୁଁଛନ୍ତି ଧର୍ମେନ୍ଦ୍ର। ସେଥିପାଇଁ ଇସିଆଇକୁ ଚିଠି ଲେଖି ଏସଏଚଜି ମାଆମାନଙ୍କ ଦୁବାଇ ଗସ୍ତ ଉପ ଚଳିତ ନିର୍ବାଚନରେ ଓଡ଼ିଶାର ମା’ମାନେ ଉଚିତ ଜବାବ ଦେବେ ବୋଲି ବିଜେଡି କହିଛି।
0 notes
newso-in · 5 months
Link
India’s Poor Showing on Development Indices Punctures BJP’s ‘Viksit Bharat’ Claim
0 notes
newso-in · 5 months
Link
ଇମ୍ଫାଲ: ଲୋକସଭା ନିର୍ବାଚନ ପାଇଁ ମଣିପୁରରେ ସୋମବାର ସାନି ମତଦାନ ଆରମ୍ଭ ହୋଇଛି। ଗତ ୧୯ ତାରିଖରେ ଭୋଟଗ୍ରହଣ ସମୟରେ କେତେକ ନିର୍ବାଚନମଣ୍ଡଳୀରେ ହିଂସା ଦେଖିବାକୁ ମିଳିଥିଲା। ଇଭିଏମ ଟ୍ୟାମ୍ପରିଂ ଅଭିଯୋଗରେ ଅନେକ ବୁଥରେ ସଂଘର୍ଷ ହେବା ସାଙ୍ଗକୁ ଗୁଳିମାଡ଼ ମଧ୍ୟ ହୋଇଥିଲା। ଖୁରେଇ ନିର୍ବାଚନମଣ୍ଡଳୀର ମୋଇରାଙ୍ଗକାମ୍ପୁ ସାଜେବ ଓ ଥୋଙ୍ଗମ ଲେକାଇ, କ୍ଷେତ୍ରିଗାଓରେ ୪ଟି ବୁଥ, ପୂର୍ବ ଇମ୍ଫାଲ ଜିଲାର ଗୋଟିଏ ବୁଥ, ଉରିପକ୍‌ର ୩ଟି ବୁଥ୍‌ ଏବଂ ପଶ୍ଚିମ ଇମ୍ଫାଲ ଜିଲାର ଗୋଟିଏ ବୁଥରେ ଏହି ସାନି ମତଦାନ ପ୍ରକ୍ରିୟା ଜାରି ରହିଛି। ଏସବୁ ବୁଥ୍‌ରେ ଗତ ୧୯ ତାରିଖରେ ଭୋଟ ବେଳେ ହିଂସା ଦେଖିବାକୁ ମିଳିଥିଲା। ତେଣୁ ଏଠାରେ ପୁଣି ଥରେ ଭୋଟଗ୍ରହଣ ବ୍ୟବସ୍ଥା କରିବାକୁ ନିର୍ବାଚନ ଆୟୋଗ ମଣିପୁର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ସୂଚନାଯୋଗ୍ୟ, ଗତ ଶୁକ୍ରବାର ଚଳିତ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଅନୁଷ୍ଠିତ ହୋଇଥିଲା। ଏହି ଦିନ ମଣିପୁରର ୧୧ ବୁଥରେ ଇଭିଏମ ଭଙ୍ଗାରୁଜା ହେବା ସହିତ ବୁଥ୍‌ କ୍ୟାପ୍‌ଚରିଂ ଘଟଣା ସାମ୍ନାକୁ ଆସିଥିଲା। ଏପରି କି ଗଣ୍ଡଗୋଳକାରୀମାନେ ଗୁଳିମାଡ଼ କରି ଭୋଟରଙ୍କୁ ଭୟଭୀତ କରାଇଥିଲେ।
0 notes
newso-in · 5 months
Link
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୪ତାରିଖରେ ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳିରୁ ଦଳୀୟ ପ୍ରଚାର ଆରମ୍ଭ କରିବେ। ନବୀନ ନିଜ ପାଇଁ ଭୋଟ୍‌ ମାଗିବା ସହ ସାଂସଦ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ୍ ଦେବାକୁ ଅନୁ‌ରୋଧ କରିବେ। ଏହାପରେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେଉଥିବା କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଲୋକସଭା ଆସନ ଅଧୀନସ୍ଥ ନିର୍ବାଚନମଣ୍ଡଳୀ ଗୁଡ଼ିକରେ ପ୍ରଚାର କରିବେ। ୨୫ତାରିଖରେ ରାୟଗଡ଼ାରେ ମୁଖ୍ୟମନ୍ତ୍ରୀ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ଆଜି ଏକ ବିଜେଡି ଟୋପି ପିନ୍ଧିଥିବା ଫଟୋ ଛାଡ଼ିଛନ୍ତି। ଯାହା ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେଉଛି। ବିଜେଡି ନେତା ଓ କର୍ମୀମାନେ ତାଙ୍କ ସାମାଜିକ ଗଣମାଧ୍ୟମରେ ‘କ୍ୟାପଟେନ୍ ଇଜ୍ ଏଭର୍‌ ରେଡି’ ଲେଖି ପୋଷ୍ଟ କରୁଛନ୍ତି। ଏପଟେ ଆସନ୍ତା ୨୫ତାରିଖରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସୋନପୁରରେ ବିଜେପିର ପ୍ରଚାର ଆରମ୍ଭ କରିବାକୁ ଆସୁଥିବାବେଳେ ଏହା ପୂର୍ବଦିନରୁ ହଠାତ୍ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ଆରମ୍ଭ ହେଉଛି।
0 notes